ଅଦୃଶ୍ୟ ସମ୍ପର୍କ

kichhikathaokabita

ସହରର ଶେଷ ପ୍ରାନ୍ତରେ ଥିଲା ମୋ ଘର, ସହର କହିଲେ ଛୋଟ ସହରଟିଏ, ଆଠ,ଦଶ ହଜାରରୁ ଅଧିକ ଜନବସତି ନୁହେଁ ବୋଧେ। ଘରର ସାମନାରେ ମୋରମ ପଡିଥିବା ଲାଲ୍ ରାସ୍ତା, କଂକ୍ରିଟ କି ପିଚୁ ହୋଇନଥିଲା,ବୋଧେ ସରକାରଙ୍କ ରାସ୍ତା ଯୋଜନା ସବୁ ଲାଗୁହୋଇନଥିଲା ସେତେବେଳେ।ରାସ୍ତାର ଆରପଟେ ଥିଲା ସରକାରୀ ଜଙ୍ଗଲ, ଆଗରୁ ଘଞ୍ଚ ଜଙ୍ଗଲ ଥିବା କଥା ଶୁଣିଥିଲି, ସମୟକ୍ରମେ ସେସବୁ ଗଛ କଟା ହୋଇ ସ୍ଥାନୀୟ ଲୋକଙ୍କ ଘର ଓ ଆସବାବପତ୍ର ତିଆରିରେ ଲାଗିଯାଇଥିଲା, ସରକାରଙ୍କ ବନୀକରଣ ଯୋଜନାରେ ଏବେ ସେଠି ଆକାଶି ଓ ଶାଗୁଆନର କୃତ୍ରିମ ଜଙ୍ଗଲ ଟି ବଢିଉଠିଛି। ମୋ ଘରଠୁ ଶହେ ଦୁଇଶହ ମିଟର ପରେ ଏକ ମାଇଲ୍ ଖୁଣ୍ଟ ( ସେରଲେକ ହୋମ୍ସର କାହାଣୀ ପଢି ଥରେ ସେ ଖୁଣ୍ଟ ତଳେ ଗୁପ୍ତ ସୁଡ଼ଙ୍ଗ ଥିବା କଥା ମନକୁ ଆସିଥିଲା ଓ କିଛି ବନ୍ଧୁଙ୍କ ସହ ତାକୁ ଖୋଳି ସୁଡ଼ଙ୍ଗ ଖୋଜିବାର ଅପଚେଷ୍ଟା ବି ହୋଇଥିଲା) ସେଇଠୁ ଜଙ୍ଗଲ ମଝିକୁ ଯିବାପାଇଁ ପାଦଚଲା ରାସ୍ତାଟିଏ, ଠିକ୍ ସେଇ ରାସ୍ତା ପାଖରେ ଗୋଟେ ବିରାଟକାୟ ମହୁଲ ଗଛ, କେହି ସହୃଦୟ ବ୍ୟକ୍ତି ବୋଧେ ସେ ଗଛକୁ ନ କାଟି ଛାଡ଼ି ଦେଇଥିବାର ଅନୁମାନ,ଗଛର ପତ୍ରକୁ ପୋଡ଼ି ବହୁ ଥର ପାହାଡ଼ ଜଙ୍ଗଲ ଅଞ୍ଚଳର ହାଡ଼ଭଙ୍ଗା ଶୀତରୁ ରକ୍ଷା ପାଇଛେ, ଆଉ ଭୋରରୁ ଆସି ମହୁଲ ଫୁଲ ଗୋଟାଇବାର ଆନନ୍ଦ ଅଲଗା ପ୍ରକାରର, ଆଉ ତାପରେ ତାର ପିଠା…

View original post 653 more words

Advertisements

ଶବ୍ଦ

Alav अलाव

ଶବ୍ଦର ସାଗର ରେ ଖୋଜେ ଏମିତି ଏକ ନାଁ

ଯିଏ ଆଣି ଦେବ ମୋତେ ମୋର ସେଇ ପୁରୁଣା ରାହା

ଜାଣିନି ସେ କିଏ , କିବା ତାର ଠିକଣା

ମନେ ଯେ ଅଛି ଖାଲି ଦୁଇଟି ଶବ୍ଦର ସେଇ ନାଁ ||

ଖୋଜିଛି ମୁ ତାକୁ ସ୍ବପ୍ନରେ ଓ ବାସ୍ତବତାର ଗାଁ ରେ

ହେଲେ କିନ୍ତୁ କେଉଁଠି ବି ମିଳିନି ମୋତେ ଦୁଇଟି ଶବ୍ଦର ସେଇ ନାଁ

କେବେ କେବେ ବିଜିନତାର ସନ୍ଧ୍ୟାରେ ମନେ ପଡିଲେ ସେ,

ମନ ମୋର ଖୋଜି ଯାଏ ବାସ୍ତବତା ରୁ ସ୍ବପ୍ନ ଯାଏ ସେଇ ପୁରୁଣା ରାହା ||

ପଥିକ ମୁଁ ଏମିତି ଏକ ପଥ ର,

ଯାହା ର ଲକ୍ଷ୍ୟ କେବଳ ଦୁଇଟି ଶବ୍ଦର ସେଇ ଗୋଟିଏ ନାଁ..

ଲୋକେ କହିଲେଣି ଏଟା ତ ପୁରା ପାଗଳ,

କଣ !!!! ଲକ୍ଷ୍ୟ ତାର ଖାଲି ଦୁଇଟି ଶବ୍ଦର ଗୋଟିଏ ନାଁ ||

ତଥା ବି ମୁ ଥକିନି…

ଆଜି ବି ଖୋଜି ଚାଲିଛି ଶବ୍ଦର ସାଗର ରେ ସେଇ ଗୋଟିଏ ନାଁ !!

ଆଜି ବି ଖୋଜି ଚାଲିଛି ଶବ୍ଦର ସାଗର ରେ ସେଇ ଗୋଟିଏ ନାଁ!

View original post

ପ୍ରଣୟ

Life is Poetry

ମାୟାବିନୀର କୁହୁକ

ଶତ କୁସୁମର ମହକ

ବିରହ ଅଗ୍ନିର ଚମକ

ମିଳନ ଆଶାର ଚୁମ୍ବକ

ପ୍ରତିଶ୍ରୁତି ରୂପୀ ବନ୍ଧକ

ପ୍ରତାରଣା ରକ୍ତରଞ୍ଜକ

ଅଭିମାନ ସତେ କଣ୍ଟକ

ଦିଗହରା ଅଟେ ପଥିକ।

View original post

ବୋଇତ ବନ୍ଦାଣ

Life is Poetry

ଆସିଗଲା ଦେଖ କାର୍ତ୍ତିକ ପୁନେଇଁ

ଆସରେ ଆସ ଯିବା ଡ଼ଙ୍ଗା ଭସେଇ

କଦଳୀପଟୁଆ ବୋଇତ ସାଙ୍ଗେ

ଫୁଲ ଧୂପ ଆଉ ଦୀପ ତା ଆଗେ

ଆକାମାବୈ ବୋଲି ଗୀତଟି ଗାଇ

ବୋଇତକୁ ଦେ ପାଣିରେ ଭସେଇ

ଉତ୍କଳ ଗରୀମା କଥା କୁହେ ବୋଇତ

ସାଗର ଲଙ୍ଘି ଯାଉଥିଲେ ଓଡ଼ିଆସୁତ

ବିଦେଶେ ବେପାର ବଣିଜ କରି

ଫେରି ଆସୁଥିଲେ ଧନସମ୍ପଦ ଧରି

ସାଧବପୁଅ ଯେ ଥିଲା ନାମ ତାଙ୍କରି

ଆଜିର ଦିନରେ ଯାଉଥିଲେ ବାହାରି

ପରିବାର ଜନେ ସଯତ୍ନେ ବନ୍ଦାଣ କରି

ଦେଉଥିଲେ ମେଲାଣି ଭଗବାନ ସୁମରି

କାତୁଆ ନାଉରୀ ଟାଣି ଦେଇ ପାଲକୁ

ବାହି ନେଉଥିଲେ ସାତ ଦରିଆ ପାରିକୁ

ପରମ୍ପରା ଆଜି ସେ ରହି ନାହିଁ

ଖୁସି ହେବା କଥା ଡ଼ଙ୍ଗା ଭସେଇ

କାର୍ତ୍ତିକେ ବୋଇତ ବନ୍ଦାଣ ହେଉ

ଓଡ଼ିଆଐତିହ୍ୟ ଭୁଲି ନ ଯାଉ

ଜୀବନ ଆମର ନୌକା ପରି

ଦୁଃଖସୁଖ ସବୁ ସାଙ୍ଗରେ ଧରି

ଉପରେ ବସିଛି ବଡ଼ ନାଉରୀ

ବିପଦୁ କାଢ଼ଇ ହାତକୁ ଧରି

ତା ଠାରେ ବିଶ୍ବାସ ନିଶ୍ଚେ ରଖିବ

ଭୁଲିଗଲେ ବାଟ ସେ ଦେଖେଇବ।

View original post

କାଳିଆ

bhuspunditam

ସାମାନ୍ୟ ବିଳମ୍ବ ଯୋଗୁଁ ଏକ୍ସପ୍ରେସ୍ ଟ୍ରେନ୍ ଟା ଫେଲ୍ ହେଲି । କଣ କରିବି ଚିନ୍ତା କରୁଥାଏ-ଏତିକିବେଳେ ଦେଖାହେଇଗଲା ମୋର ପିଲା ଦିନର ପଢା ସାଥୀ ବିମଳ ସହିତ । ଭୁବନେଶ୍ବରରେ ଚାକିରୀ କରେ ସିଏ । ସବୁଦିନ ଯିବା ଆସିବା କରେ DMUରେ । ପାସେଞ୍ଜର୍ ଟ୍ରେନ୍ ହେଲେବି ଏ ଗାଡିଟିରେ ଯାତ୍ରା କରିବାର ମଜା କୁଆଡ଼େ ନିଆରା। ତା’ ସହିତ ଦୁଇପଦ କଥା ହେଉହେଉ ଗାଡି ଆସିଗଲା । ଆମେ ଦୁଇ ବନ୍ଧୁ ଗଡ ଜୟ କଲାପରି ସଂପୂର୍ଣ୍ଣ ଗୋଟିଏ ସିଟ୍ ଦଖଲ କରି ବସିଗଲୁ । ସାମ୍ନା ସିଟ୍ ରେ ଜଣେ ମାତ୍ର ପୃଥୁଳକାୟ ବ୍ୟକ୍ତି । ପରିଚୟୋକ୍ତିରୁ ଜାଣିଲୁ ମହାଶୟ ଏବେ ସଚିବାଳୟରେ ଏକ ବିଭାଗର ମୁଖ୍ୟ କିରାଣୀ ଭାବେ କାର୍ଯ୍ୟରତ । ଚାକିରୀ ଜୀବନର ପଚିଶ ବର୍ଷ ତାଙ୍କର ବିତିଛି ତିନୋଟି ଜିଲ୍ଲାର ସଦର ମହକୁମାରେ । କଠିନ ପରିଶ୍ରମ କରି ଅବଶ୍ୟ ସେଇସବୁ ସହରରେ ଘର ଖଣ୍ଡିଏ ଲେଖାଏଁ କରିପାରିଛନ୍ତି ମହାଶୟ ! ରାଜଧାନୀରେ ଘର ଏବେ ତାଙ୍କର ନିର୍ମାଣାଧିନ । ମନେମନେ ତାଙ୍କ କିରାଣୀ ଜୀବନର ପାରିବାପଣିଆକୁ ଆକଳନ କରିବାରେ ମଜ୍ଜି ଯାଇଥିଲି ମୁଁ ।

ପାଦରେ କିଛି ସ୍ପର୍ଶ ଅନୁଭବ କରି ପ୍ରକୃତିସ୍ଥ ହେଲି । ଦେଖିଲି ପାଦ ପାଖରେ ଛୋଟ ପିଲାଟିଏ । ବୟସ ଦଶ ବର୍ଷ ଭିତରେ , କଳା ମଚମଚ ଡଉଲ ଡାଉଲ ଚେହେରା – ବିମଳର…

View original post 537 more words

ଗାଁ ଯାତ୍ରା ଓ ବ୍ରହ୍ମାନନ୍ଦ ଉପାଖ୍ୟାନ

akhilndas

ଗପ ନୁହେଁ ନିଚ୍ଛକ ସତ” ର ଅଂଶ

୬ଷ୍ଠ ପଢ଼ିଲା ବେଳର କଥା, ବୟସ ୧୧-୧୨ ବର୍ଷ। ନୁଆ ନୁଆ ଶିଖିଥିବା ବାଳୁଙ୍ଗାମୀ ର କୌଶଳ ପ୍ରଦର୍ଶନ ପାଇଁ ମନ ଭାରି ଉଚ୍ଛନ୍ନ। ସେଇଟା ନାଁ କମେଇବା ପାଇଁ ନୁହେଁ କି ପଦକ ପ୍ରାପ୍ତି ଆଶାରେ ନୁହେଁ। ସାଙ୍ଗ ମେଳରେ ନିଜ ବୀରତା(ବାହାଦୁରୀ) ଦେଖେଇବା ଉଦ୍ଦ୍ୟେଶ ରେ। ଆମ ଗାଁ ପାଖ ଗାଁ ରେ ମକରସଂକ୍ରାନ୍ତି କୁ ଯାତ୍ରା ହୁଏ। ସେଇ ଯାତ୍ରା ସମ୍ବନ୍ଧିତ କିଛି କଥା;

ପ୍ରତିଦିନ ସାଇକଲ ରେ ପଢ଼ିବାକୁ ଗଲା ବେଳେ ବାଟରେ ସାଇକଲ ଉପରେ ଯାବତ୍ ପ୍ରକାର କୌଶଳ ଦେଖେଇବାକୁ କେବେ ଭୁଲେ ନାହିଁ, ଯଥା; ପଛ କ୍ୟାରିୟର ରେ ବସି ପେଡାଲ ମାରିବା, ହ୍ୟାଣ୍ଡଲ ଉପରେ ସାଙ୍ଗ କୁ ବସେଇବା, ପଛ ଏକ୍ସିଲ ଉପରେ ଠିଆ କରି ପିଲା ଙ୍କୁ ଆଣିବା, ଗୋଟିଏ ସାଇକଲ ରେ ଆଉ ୪ ଜଣ ପିଲାଙ୍କୁ ବସେଇ ଆଣିବା ଇତ୍ୟାଦି କୌଶଳ ର ଅନ୍ତର୍ଭୁକ୍ତ। କିନ୍ତୁ ହଲପ କରି କହୁଛି ଏବେ ନିଜେ ତ କରି ପାରିବିନି କି କେହି ସେମିତି କରିବାର ଦେଖିଲେ ଦେହ ଶିତେଇ ଉଠୁଛି।

ଏମିତି ଦିନ ଗଡ଼ି ଚାଲିଥାଏ ମକରଯାତ୍ରା ବେଳ ଆସିଗଲା। ସବୁଠାରୁ ମୋର ପ୍ରିୟ ଥିଲା ବୁଢ଼ାବୁଢ଼ୀ ନାଚ, ବାଉଁଶପାତିଆ ରେ ତିଆରି ଛାଞ୍ଚ ବା ଖୋଳ ଭିତରେ ଦୁଇ ଜଣ ପଶି ନାଚକରନ୍ତି। ଯାହା ପରବର୍ତ୍ତୀ ସମୟ…

View original post 427 more words

ସରପଞ୍ଚ ଙ୍କ ହୋଲି ଭୋଜି

akhilndas

ଗପ ନୁହେଁ ନିଛକ ସତ” ର ଏକ ଅଂଶ

୧୯୯୧ ମସିହା ର କଥା ହାଫପେଣ୍ଟ ଛାଡ଼ି ନୂଆ ନୂଆ ଫୁଲପେଣ୍ଟ ପିନ୍ଧା, କଲେଜ ଜୀବନ ଆରମ୍ଭ। ପାଠରେ ସିନା କଲେଜ ନୁଆ କିନ୍ତୁ ବାଳୁଙ୍ଗାମୀ ରେ ସ୍ନାତକୋତ୍ତର। ପାଖ ଗାଁ ରେ ଅଧିକ ସହପାଠୀ ରହୁଥିବାରୁ ମୋର ଅଧଦିନ ସେଠି କଟେ। ପଢ଼ିବା ନାଁ ରେ ଭୋଜିଭାତ ରେ ଦିନ ଯାଏ, ପକେଟ ଖର୍ଚ୍ଚ ର କିଛି ଅଧିକ ପାଇଁ ଟିଉସନ୍ ବି ଚାଲିଥାଏ। ସେଠି ପ୍ରତିବର୍ଷ ହୋଲି ରେ ସମସ୍ତେ ପ୍ରସେଶନ୍ ରେ ଯାଇ ଗାଁ ସରପଞ୍ଚ ଙ୍କୁ ରଙ୍ଗ ଲଗାଉ ସେ ଭୋଜି କରିବା ପାଇଁ ତାଙ୍କ ପୋଖରି ରୁ ମାଛ ଦିଅନ୍ତି। ସେ ବର୍ଷ କିନ୍ତୁ ସେ ସରପଞ୍ଚ ବଦଳରେ ଆଉ ଜଣେ ନୂଆ ସରପଞ୍ଚ ହୋଇଥାନ୍ତି, ତାଙ୍କର ପୋଖରୀ ନାହିଁ ହେଲେ ବି ଆମେ କି ଛାଡ଼ିବା ଲୋକ। ସଞ୍ଜବୁଡ଼ କୁ ଆଇଁଷ ଝୋଳ ଦରକାର ମାନେ ଦରକାର। ଏବେ ଅସଲ କଥା କୁ ଆସିବା।

ହୋଲି ଦିନ ନିର୍ଦ୍ଧାରିତ ସମୟରେ ଆମେ ଠୁଳ ହେଲୁ, ଗୋଟେ ଟ୍ରଲି ରିକ୍ସା ରେ ୪ଟା ଆହୁଜା ବକ୍ସ ବନ୍ଧା ହେଲା ତା ସାଙ୍ଗରେ ଚାଙ୍ଗୁ, ଢ଼ୋଲ ଆଦି ଯୋଗାଡ଼ ହୋଇଥାଏ। ସାଉଣ୍ଡବାଲା, ବାଜାବାଲା ଙ୍କୁ ପଇସା ଦିଆଯିବ ନାହିଁ, ସେଇଟା ଆମର ଅଲ୍ଲିଖିତ ନିୟମ ଯଦି ଓଲମବିଲମ କରିବେ ଆଗକୁ କଣ ହବ କହିହବ…

View original post 383 more words

ଅବିସ୍ମରଣୀୟ କୁଟୁଣୀପଦର

ଓଡ଼ିଆ ପୁଅ

ଅଗଷ୍ଟ 29, 2017

ସମୟ ପ୍ରାୟ ସନ୍ଧ୍ୟା ଆଠଟା। ଆଶିଷ ଷଡ଼ଙ୍ଗୀଙ୍କର (@ashishsarangi) ଗୋଟେ ଟୁଇଟ ମିଳିଲା। ସେଥିରେ ସେ କୁଟୁଣୀପଦର ର ‘କୋଟି ଶିବଲିଙ୍ଗ ପର୍ବତ’ ବିଷୟରେ ଉଲ୍ଲେଖ କରିଥିଲେ। ସୋସିଆଲ ମିଡ଼ିଆରୁ ପାଇଥିବା କିଛି ପଥରଖୋଦେଇ ମୂର୍ତ୍ତୀର ଫୋଟୋ ପୋଷ୍ଟ କରିଥିଲେ ଓ ସେଠିକୁ ଯିବା ପାଇଁ ରାସ୍ତା ବିଷୟରେ ବି ପଚାରିଥିଲେ।ତାଙ୍କ ଉତ୍ସାହ ଦେଖି ମୋତେ ଆଶ୍ଚର୍ଯ୍ୟ ଲାଗୁଥାଏ। ଯଦିଓ ମୁଁ ଦାମନଯୋଡିରେ ରହୁଥିଲି ତେବେ ମୋର ଲକ୍ଷ୍ମୀପୁର କିମ୍ବା କାକିରିଗୁମା ରାସ୍ତା ଉପରେ ସେତେ ଅଭିଜ୍ଞତା ନଥିଲା। ମୁଁ ପଚରା ଉଚୁରା ଆରମ୍ଭ କଲି। ପାଖଠାରୁ ଆରମ୍ଭ କରି ଦୂର ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ତଥ୍ୟ ସଂଗ୍ରହ କଲି। କାକିରିଗୁମାରୁ ଜଣେ ସହକର୍ମୀ ଗୌତମ ବିଶୋଇ କିଛି ତଥ୍ୟ ଦେଲେ। ହେଲେ ସେ ନିଜେ ମଧ୍ୟ ସେ ପର୍ବତ ଦେଖିନଥିଲେ। ସାଧାରଣ ଚାକିରୀ ଜୀବନ ଭିତରେ ଏମିତି ଅଭିସନ୍ଧାନ ମୂଳକ କାର୍ଯ୍ୟ ମୁଁ କେବେ କରିନଥିଲି, ହେଲେ ସେଇ ଫୋଟୋ ଗୁଡିକୁ ଦେଖି କାହିଁକି କେଜାଣି ମନଭିତରେ ଉତ୍ସାହ ଜାଗି ଉଠିଲା। ସେଦିନ ରାତି ସେମିତି ଚିନ୍ତାରେ କଟିଗଲା।

ଅଗଷ୍ଟ 30, 2017

ସକାଳୁ ଉଠି ଆଉ କିଛି ସୂଚନା ପାଇଁ ଚେଷ୍ଟା କଲି ହେଲେ ଶତ ଚେଷ୍ଟା ସତ୍ତ୍ଵେ ଅଧିକ କିଛି ଜାଣି ପାରିଲିନି। ଓଡ଼ିଆରେ ଗୋଟେ କଥା ଅଛି “ନିଜେ ନମଲେ ଯମ ଦର୍ଶନ ହୁଏନି”। ମନ ଭିତରେ ଜନ୍ମ ନେଇଥିବା ଜିଜ୍ଞାସାକୁ…

View original post 635 more words

ଗପ ନୁହେଁ ନିଚ୍ଛକ ସତ

akhilndas

୧୯୮୦ ମସିହା ର କୌଣସି ଏକ ଦିନ ଫରେଷ୍ଟର୍ ବୁଢ଼ା ଗୋଟିଏ ୪ ବର୍ଷ ର ଛୋଟ ପିଲା କୁ ହାତଧରି (ଏକ ପ୍ରକାର ଘୋଷାଡ଼ି) ନେଇ ଚାଲିଥାନ୍ତି। ହାଫ ପେନ୍ଟ ଓ ଗାରପକା ସାର୍ଟ ପିନ୍ଧି ପ୍ରବଳ ଅନିଚ୍ଛା ସତ୍ତ୍ୱେ ସେ ପିଲା ତାଙ୍କ ସାଙ୍ଗରେ ଚାଲିଥାଏ। ପ୍ରାୟ ୧୦ ମିନିଟ୍ ପରେ ସେମାନେ ଏକ ଅଧାକାନ୍ଥ ଥିବା ଚାଳ ଘର ପାଖରେ ପହଞ୍ଚିଲେ, ସେଇ ଘର ଭିତରେ ଅଲଗା ଅଲଗା ଜାଗାରେ ଦଳ ଦଳ ହୋଇ ପିଲାମାନେ ବସିଥାଆନ୍ତି। ପ୍ରାୟ ମଝାମଝି ଗୋଟିଏ ଟେବୁଲ ପଡ଼ିଥାଏ ପାଖ ଚଉକି ଉପରେ ଧଳା ଧୋତି ଓ ହାଫ ସାର୍ଟ ପିନ୍ଧା କଳା ରଙ୍ଗ ର ଜଣେ ଭଦ୍ରବ୍ୟକ୍ତି ବସିଥାନ୍ତି। ଫରେଷ୍ଟର୍ ବୁଢ଼ା ଙ୍କୁ ଦେଖି ଚଉକିରୁ ଉଠିଆସି ନମସ୍କାର କରି କହିଲେ ଆଜି ଆପଣ ଏଠି ହଠାତ୍ କଣ କାମ ପଡ଼ିଲା ଏମିତି। ଫରେଷ୍ଟର୍ ବୁଢ଼ା ଉତ୍ତର ଦେଲେ ନାଇଁ ମାଷ୍ଟ୍ରେ ନାତି କୁ ନାଁ ଲେଖେଇବା ପାଇଁ ଆଣିଛି। ବାସ୍ ଏଇ ଦୁଇଟି ବାକ୍ୟ ବିନିମୟରେ ଆଜିର ତଥାକଥିତ “ଗୋଳମାଳିଆ ଅତ୍ୟନ୍ତ ଜଟିଳ ଆଡମିଶନ୍ ପ୍ରସିଡ୍ୟୁୟର୍” ସରିଗଲା। ସାଙ୍ଗରେ ନେଇଥିବା ମାଟି ସିଲଟ ଉପରେ ୩ ଟା ମୁଣ୍ଡୁଳା (ଶୁନ) କାଟି ତା ଉପରେ ମଡ଼େଇବାକୁ ସାର କହିଲେ। ସିଲଟ ଉପରେ ଶଙ୍ଖ ଖଡ଼ି (ଗୋଟେ ମାଟି ଖଡ଼ି ବି ଗାଁ ହାଟରେ ମିଳେ) ରେ ୩ ଟା ମୁଣ୍ଡୁଳା…

View original post 548 more words

ଗଣେଶ- ଏକ ଅବ୍ୟକ୍ତ ବେଦନା

Tapas Ranjan

(ମା’ ପାର୍ବତୀ ଓ ପୁତ୍ର ଗଣେଶଙ୍କ ମଧ୍ୟରେ କଥୋପକଥନ)
କୈଳାସ ର ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ପରିବେଶର ବେଷ୍ଟନୀରେ ଅବସ୍ଥିତ ସୁରମ୍ୟ କକ୍ଷରେ ଅତ୍ୟନ୍ତ ଚିନ୍ତିତ ଓ ବିଷର୍ଣ୍ଣ ଦିଶୁଥିବା ପୁତ୍ରକୁ ଚାହିଁ ମା’ ପ୍ରଶ୍ନ କଲେ-
ପାର୍ବତୀ– ପୁତ୍ର ଗଜାନନ ! ସଦ୍ୟ ମର୍ତ୍ତ୍ୟରୁ ସମ୍ବତ୍ସରୀକ ଲୀଳାଖେଳା ସାରି କୈଳାସରେ ପାଦ ଦେଇଛ । ତଥାପି ଖୁସି ହେବା ପରିବର୍ତ୍ତେ ଏ ବିଷର୍ଣ୍ଣତା କଣ ପାଇଁ ଧନ?
ଗଣେଶ – ନା ମାତା, ମୋ ବିଷର୍ଣ୍ଣତାର ସେମିତି କିଛି ବିଶେଷ କାରଣ ନାହିଁ । କିନ୍ତୁ….
ପାର୍ବତୀ– ପୁତ୍ର ! ତୁମେ ମୋର ମାନସ ସନ୍ତାନ । ମୋ ଇଚ୍ଛା ଅନୁସାରେ ତୁମକୁ ସୃଷ୍ଟି କରିଥିବାରୁ ତୁମେ ମୋର ଅତ୍ୟନ୍ତ ପ୍ରିୟ । ମୋ ପାଖରେ ତୁମ ମନର କୌଣସି ଜିନିଷ ଅଛପା ନାହିଁ । ତଥାପି ତୁମ ଶ୍ରୀମୁଖରୁ ମୁଁ ଶୁଣିବାକୁ ଚାହିଁବି…
ଗଣେଶ– ମାତା, ମୋତେ କ୍ଷମା କରିବେ । ଆପଣ ତ ସର୍ବଜ୍ଞା ! ଏ ତ୍ରିପୁରରେ କିଛି ବି ଆପଣଙ୍କ ଅଗୋଚରରେ ନାହିଁ, ମୋ ମନ କଥା ବା ରୁହନ୍ତା କିପରି ! ମା’ ଜନନୀ, ଏଥରର ମର୍ତ୍ତ୍ୟ ଯାତ୍ରାରେ ମୁଁ ଖୁବ ବ୍ୟଥିତ ଆଉ ମର୍ମାହତ !
ପାର୍ବତୀ– କାହିଁକି ପୁତ୍ର??
ଗଣେଶ– ମାତା ! ମୋର ବାର୍ଷିକ ପୂଜା ପାଇଁ ଅତି ଆଗ୍ରହର…

View original post 722 more words